ବିଭିନ୍ନ ସ୍ଥାନରୁ ଆସି ଦିଲ୍ଲୀରେ ଜମା ହୋଇଛନ୍ତି ପ୍ରବାସୀ ଶ୍ରମିକମାନେ । ବିଭିନ୍ନ ରାଜ୍ୟରେ ଥିବାନିଜ ଘରକୁ ଯିବାକୁ ଚାହୁଁଛନ୍ତି ସେମାନେ ।
ଦିଲ୍ଲୀର ଆନନ୍ଦ ବିହାର ସୀମାରେ ଜମାହୋଇ ଆଗକୁ ଚାଲିଛନ୍ତି ହଜାର ହଜାର ଶ୍ରମିକ । ସେମାନେ ନିଜ ଗାଁକୁ ପାଦରେ ଚାଲି ଚାଲି ଯିବାକୁ ଆରମ୍ଭ କରିଛନ୍ତି ।
ପୋଲିସ୍ କର୍ମୀମାନେ ଶ୍ରମିକମାନଙ୍କ ଭିଡ଼କୁ ନିୟନ୍ତ୍ରିତ କରି ସେମାନଙ୍କୁ ଧାଡ଼ି କରି ଠିଆ କରେଇଛନ୍ତି । ଦିଲ୍ଲୀର ଛବି ।
ନିଜ କୁନି ଝିଅକୁ କାନ୍ଧରେ ବସେଇ ଶହ ଶହ କିଲୋମିଟର୍ ଦୂରରେ ଥିବା ନିଜ ଗାଆଁ ଆଡ଼େ ଚାଲିଛି ଜଣେ ପ୍ରବାସୀ ଶ୍ରମିକ ।
ଆମେରିକାର ବହୁଳ ପ୍ରସାରିତ ଖବରକାଗଜ ‘ଦ ୱାଶିଂଟନ୍ ପୋଷ୍ଟ୍’ର ପ୍ରଥମ ପୃଷ୍ଠାରେ ଭାରତର ଏହି ଶ୍ରମିକମାନଙ୍କର ଏକ ଛବି ଓ ସେହି ସମ୍ବନ୍ଧୀୟ ରିପୋର୍ଟ ସ୍ଥାନ ପାଇଛି ।